(ଆଦର୍ଶ ରାଉତ)ଭୁବନେଶ୍ୱର: ନିର୍ବାଚନ ପାଇଁ ଆଉ କମ ଦିନର ଅପେକ୍ଷା । ସାରା ଦେଶ ଅପେକ୍ଷା କରିଛି ଗଣତନ୍ତ୍ରର ଏହି ମହାପର୍ବକୁ । ତେବେ ରାଜ୍ୟ ରାଜନୀତିରେ ବଢିବାରେ ଲାଗଛିି ଉଷ୍ମତା । ସରଗରମ ହୋଇ ଉଠିଛି ବିଭିନ୍ନ ରାଜନୈତିକ ଦଳର କ୍ୟାମ୍ପ । ଏହା ମଧ୍ୟରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆସନ୍ତା ୨୯ ଏବଂ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତ କରିବେ । ସେ ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତାରିଖରେ କଳାହାଣ୍ଡିରେ ସମାବେଶ କରିବେ । ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ୨୬ ତାରିଖରେ ୬ଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ । କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କ ସମେତ ଶିବରାଜ ସିଂ ଚୌହାନ, ଆରକେ ସିଂ, ରାମ ବିଚାର ନେତମ, ସଂଜୟ ପାଶ୍ୱାନ, ଜୟନ୍ତ ସିହ୍ନା ମଧ୍ୟ ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।