ବିଧାନସଭାରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର

0

ଭୁବନେଶ୍ୱର : ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ କେତେ ଚୋରି, ଡକାୟତି, ନାରୀ ନିର୍ଯ୍ୟାତନା ଓ ଧର୍ଷଣ ଜନିତ ଅପରାଧ ଘଟିଛି ସେନେଇ ଆଜି ବିଧାନସଭା ରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ ଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା । ଗତ ୨୦୧୯ ମସିହା ରେ ୫୮୭ ଟି ଡକାୟତି,୧୦୭୬୬ ଟି ଚୋରି,୨୯୫୦ ଟି ଧର୍ଷଣ ଏବଂ ୨୫୩୨ ଟି ନାରୀ ନିର୍ଯ୍ୟାତନା ହୋଇଥିବା ବେଳେ, ୨୦୨୦ ମସିହାରେ ୫୧୪ଟି ଡକାୟତି,୧୦୪୧୨ଟି ଚୋରି, ୨୯୮୪ ଟି ଧର୍ଷଣ, ୩୧୫୩ଟି ନାରୀ ନିର୍ୟାତନା ହୋଇଛି । ସେହିପରି ୨୦୨୧ ମସିହା ରେ ୫୫୨ ଟି ଡକାୟତି, ୧୩୦୨୪ ଟି ଚୋରି,୩୩୨୭ ଟି ଧର୍ଷଣ ଏବଂ ୪୮୮୯ଟି ନାରୀ ନିର୍ୟାତନା ଅପରାଧ ଘଟିଛି ।