ଶୂନ୍ୟକାଳରେ ଫେକ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

0

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଫେକ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର । ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଥିବା ବେଳେ ଏହି ମାମଲାରେ ୧୯ ଜଣ ଗିରଫ ହୋଇଛନ୍ତି ତେବେ ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡିଛି । ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଅକାଳନ ବାହାରେ । ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୋଲିସର କ୍ଷମତା ଅଛି କି ନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଏହି ଘଟଣାରେ ପୋଲିସ ଓ ଗୁଇନ୍ଦା ବିଫଳ ହୋଇଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲଣି । ଏହା ଏକ ସ୍ପର୍ଶକାତର ଘଟଣା, ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ଏ ବିଷୟରେ ଆଲୋଚନା କରଯାଇ ନିର୍ୟାସ ବାହାର କରନ୍ତୁ, ନହେଲେ ସ୍ଥିତି ଆଗକୁ ଅଧିକ ସଂଗୀନ ହେବ ବୋଲି ନରସିଂହ କହିଛନ୍ତି ।