ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍

ଆମେରିକା ମହାକାଶ ଏଜେନ୍ସି ନାସାର ଅନୁସାରେ, ମହାକାଶରେ ଥିବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅର୍ଥାତ ମହାକାଶ ଯାତ୍ରୀଙ୍କ ଘର ଗୁରୁବାର (୨୯) ଜୁଲାଇରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ତାହା ନିୟନ୍ତ୍ରଣରେ ବାହାରେ ଥିଲା।

0

(ଦିଲ୍ଲୀ) :  ଆମେରିକା ମହାକାଶ ଏଜେନ୍ସି ନାସାର ଅନୁସାରେ, ମହାକାଶରେ ଥିବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅର୍ଥାତ ମହାକାଶ ଯାତ୍ରୀଙ୍କ ଘର ଗୁରୁବାର (୨୯) ଜୁଲାଇରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ତାହା ନିୟନ୍ତ୍ରଣରେ ବାହାରେ ଥିଲା। ରୁଷ ମଡ୍ୟୁଲ ବ୍ୟାକଫାୟାର କରିଦେଇଥିଲା, ଯାହାଫଳରେ ଏଭଳି ଅଘଟଣ ଘଟିଥିଲା। ତେବେ ନାସାର  ନିୟନ୍ତ୍ରଣ କକ୍ଷରେ ଥିବା ଟିମ୍ କନଟ୍ରୋଲ ଥ୍ରଷ୍ଟର୍ସଙ୍କ ସାହାଯ୍ୟରେ ସ୍ପେସ୍ ଷ୍ଟେସନକୁ ତାଙ୍କ କକ୍ଷରେ ପହଁଞ୍ଚାଇ ଦିଆଗଲା, ଯାହାଫଳରେ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା।

 

ମିଳିଥିବା ସୂଚନା ଅନୁସାରେ, ମହାକାଶରେ ଥିବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ (ଆଇଏସଏସ୍) ଉପରେ ଗୁରୁବାର କିଛି ଘଣ୍ଟା ପୂର୍ବରୁ ରୁଷର ରିସର୍ଚ୍ଚ ମଡ୍ୟୁଲ ମୁତୟନ କରାଯାଇଥିଲା। କୁହାଯାଉଛି ଯେ, ହଠାତ ବ୍ୟାକଫାୟାର କରିଦିଆଯାଇଥିଲା। ସେତେବେଳେ ସ୍ପେସ୍ ଷ୍ଟେସନ୍‌ରେ ୭ ଜଣ  କ୍ରୁ ମେମ୍ବର ଉପସ୍ଥିତ ଥିଲେ, ଯେଉଁମାନେ କି ଏବେ ବି ସୁରକ୍ଷିତ ଅଛନ୍ତି। ସେମାନଙ୍କ ଭିତରୁ ଦୁଇଜଣ ରୁଷ, ତିନି ଜଣ ଆମେରିକା ଓ ଜଣେ ଜାପାନୀ ଓ ଫ୍ରେଞ୍ଚର ଜଣେ ଥିଲେ।  ରୁଷର ଲାବରୋଟୋରି ମଡ୍ୟୁଲ ନାଉକାରେ ଟେକ୍ନିକାଲ ସମସ୍ୟା ଯୋଗୁଁ ବ୍ୟାକ୍ ଫାୟାର ହୋଇଥିଲା। ଏହାର ଜେଟ୍ ଥ୍ରଷ୍ଟର୍ସ ନିଜକୁ ନିଜେ ଚାଲିବାକୁ ଲାଗିଥିଲା, ଯେଉଁ କାରଣରୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଆମେରିକା ସ୍ପେସ୍ ଏଜେନ୍ସି ନାସାର ନିୟନ୍ତ୍ରଣର ବାହାରକୁ ଚାଲିଯାଇଥିଲା। ଏହି କ୍ୟାପସୁଲର ଲଞ୍ଚିଂ ୩ ଅଗଷ୍ଟ ପର୍ଯ୍ୟନ୍ତ ଧାର୍ଯ୍ୟ କରି ଦିଆଯାଇଛି।