ମିଶନ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS) ପଠାଇବ ଭାରତୀୟ ମହାକାଶ ଗବେଷଣା ସଂଗଠନ ( ନାସା) । ସେହିପରି ଏହି ମିଶନରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର ବ୍ୟାକଅପ୍ ମିଶନ ପାଇଲଟ୍ ଭାବେ ସାମିଲ୍ ହୋଇଛନ୍ତି ।
ଇସ୍ରୋର ମାନବ ମହାକାଶ ବିମାନ କେନ୍ଦ୍ର(ଏଚଏସ୍ଏଫସି) ଆମେରିକା ଭିତ୍ତିକ ଆକ୍ସିମୋ ସ୍ପେଶ ସହିତ ମହାକାଶ ବିମାନ ଚୁକ୍ତି(ଏସଏଫଏ) କରିଛି। ଆଇଏସଏସକୁ ଆଗାମୀ ଆକ୍ସିମୋ-୪ ମିଶନ ପାଇଁ ଏପରି ଚୁକ୍ତି କରାଯାଇଛି।
ଇସ୍ରୋର ସୂଚନା ଅନୁଯାୟୀ, ମିଶନରେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ପ୍ରାଇମ ମିଶନ ପାଇଲଟ ରହିବେ। ସେହିପରି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ ନାଏର ବ୍ୟାକଅପ ମିଶନ ପାଇଲଟ ଭାବେ କାମ କରିବେ। ଦୁଇ ଅଧିକାରୀଙ୍କ ଟ୍ରେନିଂ ଯାହା ଗଗନଯାତ୍ରୀ ନାମରେ ପରିଚିତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ।
ମିଶନ ସମୟରେ ଅଧିକାରୀମାନେ ଆଇଏସଏସରେ ନିର୍ଦ୍ଦିଷ୍ଟ ବିଜ୍ଞାନଭିତ୍ତିକ ଗବେଷଣା ଓ ଟେକ୍ନୋଲୋଜିର ପରୀକ୍ଷାନୀରିକ୍ଷା ଉପରେ କାମ କରିବେ। ଏଥିସହ ମହାକାଶର ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବେ।