ଖୁବ୍ ଶୀଘ୍ର ସ୍କୁଲ, କଲେଜ ଖୋଲିବା ନେଇ ନିଷ୍ପତି ନେବେ କେନ୍ଦ୍ର ସରକାର
ସ୍କୁଲ, କଲେଜ ଖୋଲିବା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର। ରାଜ୍ୟମାନଙ୍କ ସହ ଆଲୋଚନା କରିବା ପରେ ଗାଇଡଲାଇନ୍ ଜାରି କରିପାରେ କେନ୍ଦ୍ର।
(ଦିଲ୍ଲୀ) : ସ୍କୁଲ, କଲେଜ ଖୋଲିବା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର। ରାଜ୍ୟମାନଙ୍କ ସହ ଆଲୋଚନା କରିବା ପରେ ଗାଇଡଲାଇନ୍ ଜାରି କରିପାରେ କେନ୍ଦ୍ର। ପୂର୍ବ ଅପେକ୍ଷା ଏବେ କରୋନା ସଂକ୍ରମଣରେ ହ୍ରାସ ଘଟିଥିବାରୁ ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷଣ ସଂସ୍ଥା ଗୁଡ଼ିକୁ ଖୋଲିବାକୁ ଜାରି ହୋଇପାରେ ଗାଇଡଲାଇନ୍।ଶିକ୍ଷା ମନ୍ତ୍ରାଳୟ ସବୁ ରାଜ୍ୟର ଶିକ୍ଷା ଅନୁଷ୍ଠାରେ କାମ କରୁଥିବା କର୍ମଚାରୀ ଓ ଶିକ୍ଷକକଙ୍କ ଭ୍ୟାକ୍ସିନେସନ ରିପୋର୍ଟ ମାଗିଛି। ଏହି ରିପୋର୍ଟ ପରେ ମନ୍ତ୍ରାଳୟ ଖୁବ୍ ଶୀଘ୍ର କୌଣସି ନିଷ୍ପତ୍ତି ନେଇପାରେ।
ସୂଚନାନୁଯାୟୀ , ମଧ୍ୟପ୍ରଦେଶ, ବିହାର ଏବଂ ହିମାଚଳ ପ୍ରଦେଶ ସମେତ ବହୁ ରାଜ୍ୟରେ ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ, କଲେଜ ଖୋଲାଯାଇଛି। ସେପଟେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବିଚାର ବିମର୍ଶ କରୁଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କୌଣସି ଗାଇଡଲାଇନ୍ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି।