ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକର ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାର ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁରକ୍ଷା ଜନିତ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟୁତ ଗ୍ରାହକ ମାନେ କିଭଳି ବିଦ୍ୟୁତ ପରିଚାଳନା କରି ନିଜର ପରିବାରକୁ କିଭଳି ସୁରକ୍ଷା ଦେବେ, ବିଦ୍ୟୁତ ଜନିତ ଆକସ୍ମିକ ଅଗ୍ନିକାଣ୍ଡରୁ କିଭଳି ସୁରକ୍ଷା ପାଇବେ, ଜାଳେଣୀ ଗ୍ୟାସ ଉପରେ ସତର୍କ ରହିବା, ବନ୍ୟା ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣାରୁ କିଭଳି ସୁରକ୍ଷା ନେଇପାରିବେ ତାହା ଉପରେ ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶୀକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାନ୍ତିପ୍ରଭା ପଟ୍ଟନାୟକ, ଟାଟାପାଓ୍ବାର ରାଇରଙ୍ଗପୁରର ନିର୍ବାହୀ ଯନ୍ତ୍ରୀ ପାର୍ଥସାରଥୀ ଦାସ, ଏସଡିଓ ଚିରଞ୍ଜିବୀ ସାହୁ, କନିଷ୍ଠ ଯନ୍ତ୍ରୀ ସମୀର ଆଚାର୍ଯ୍ୟ, ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ ବେହେରା, ଅଗ୍ନିଶମ ବିଭାଗ ଓଆଇସି ଶୁକଦେବ ନାୟକ, ଏବଂ ଅନ୍ୟ ବିଦ୍ୟୁତ ଓ ଅଗ୍ନିଶମ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।