ଭୁବନେଶ୍ୱର: ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ରେ ଥିବା 11 ଟି ଜନବସତି ନଥିବା ଦ୍ଵୀପ ରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏଥିପାଇଁ ପୋଲିସ ପକ୍ଷ ରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି 18 ଟି ମେରାଇନ ଥାନା ପାଇଁ ସ୍ବତନ୍ତ୍ର ବୋଟ ଆସିବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ପି ଯୋଗେଶ ବାହାଦୂର ଖୁରାନିଆ।