ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକ ପରିବାରକୁ ସାଢେ ସାତ ଲକ୍ଷ ଅନୁକମ୍ପା ରାଶି ରାଜ୍ୟ ସରକାର ଦେବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

0

ପୁରୀ-: ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକ ପରିବାରକୁ ସାଢେ ସାତ ଲକ୍ଷ ଅନୁକମ୍ପା ରାଶି ରାଜ୍ୟ ସରକାର ଦେବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ମସିହାରେ ପୁରୀ ସହରର ଲୋକନାଥ ରୋଡ୍ ଅଞ୍ଚଳର କେ ରମେଶ (୩୩) ନାମକ ଜଣେ ବ୍ୟକ୍ତିଙ୍କୁ ବାସେଲିସାହି ପୋଲିସ ଗିରଫ କରି ଥଡ଼ଡିଗ୍ରୀ ପ୍ରୟୋଗ ଯୋଗୁଁ ସେ ମୃତ୍ୟୁବରଣ କରିଥିବା ସମ୍ପ୍ରତି ଖବରରେ ଥିଲା । ତେବେ ହାଜତରେ ମୃତ୍ୟୁ ଅଭିଯୋଗ ଘଟଣାର ରିପୋର୍ଟ ୧୯.୧୧.୨୦୨୦ରେ ପୁରୀ ଜିଲ୍ଲା ଏସପି କମିଶନଙ୍କୁ ଦେଇଥିଲେ । ଆଉ କମିଶନ ୨୦.୧୧.୨୦୨୦ ରେ ରିପୋର୍ଟକୁ ବିଚାର କରିଥିଲେ ଏବଂ ଓଡିଶା ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ଠାରୁ ଆବଶ୍ୟକ ରିପୋର୍ଟ ମାଗିଥିଲେ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ରିପୋର୍ଟ ପାଇବା ପରେ, ୨୫.୦୮.୨୦୨୨ ତାରିଖର କାର୍ଯ୍ୟପନ୍ଥା ଅନୁଯାୟୀ, କମିଶନ ଡିଜିଙ୍କୁ ରିପୋର୍ଟଗୁଡ଼ିକୁ ଯାଞ୍ଚ କରିବା ଏବଂ ଏହାର ନିଷ୍କର୍ଷ ଦାଖଲ କରିବାକୁ ଅନୁରୋଧ କରିଥିଲେ ଏବଂ ଫରେନ୍ସିକ୍ ବିଶେଷଜ୍ଞଙ୍କ ଆବଶ୍ୟକ ମତାମତ ଲୋଡ଼ି ଥିଲେ ।

ତେବେ ନୂତନ ରିପୋର୍ଟ ଆସିବାପରେ ଏହା ଜଣାପଡିଥିଲା ଯେ ପୋଲିସ କର୍ମଚାରୀଙ୍କ ମାନବାଧିକାରର ଘୋର ଉଲ୍ଲଂଘନ କରାଯାଇଥିଲା । ଏବଂ ଏହାପରେ ଜାତୀୟ ମାନବାଧିକାର ଆୟୋଗ ମୃତକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଥିଲେ । ନୋଟିସ୍ ଜାରିପାରେ କେ. ରମେଶଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୭,୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଭାବରେ ମଞ୍ଜୁର କରାଯାଇଛି । ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ସରକାରଙ୍କ ଓ ମୁଖ୍ୟ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ମୃତ କେ. ରମେଶଙ୍କ ପରିବାରକୁ ୭,୫୦,୦୦୦ ଟଙ୍କା ମଧ୍ୟରୁ ୨,୫୦,୦୦୦ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି ଓ ଟଙ୍କା ପ୍ରଦାନର ପ୍ରମାଣ ଦାଖଲ କରିବାକୁ ଅନୁରୋଧ କରାଯାଇଛି ।