ଧାରା ୩୭୦ ଉଚ୍ଛେଦ ଦେଶର ଏକକତ୍ୱକୁ ସୁଦୃଢ କରିବ: ଆଡଭାନି

0

(ଶିଳାସ୍ମିତା ରାୟ ) ଭୁବନେଶ୍ୱର: ବିଜେପିର ପ୍ରବୀଣ ନେତା ଏଲକେ ଆଡଭାନି ଆଜି ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ପରେ ଅନୁଷ୍ଠିତ ଏକ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା ଏକ ଦେଶର ଏକକତ୍ୱକୁ ବଜାୟ ରଖିବା ଦିଗରେ ଏହା ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି ।
ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟିବାକୁ ନେଇ ଆଡଭାନି କହିଛନ୍ତି, ମୁଁ ଖୁସି କ. ଧାରା ୩୭୦ ଉଚ୍ଛେଦ କରିବାର ନିଷ୍ପତ୍ତି ନେଇ ସରକାର ଦେଶର ଏକକତ୍ୱକୁ ସୁଦୃଢ କରିବା ଦିଗରେ ଏକ ସାହସିକ ପଦକ୍ଷେପ ନେଇଛନ୍ତି । ଧାରା ୩୭୦ ଉଚ୍ଛେଦ ବିଜେପିର ପ୍ରାଥମିକ ଲକ୍ଷ୍ୟ ରହିଥିଲା । ଏହି ଐତିହାସିକ ପଦକ୍ଷେପ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ସାହା ଇତିହାସ ରଚନା କରିଛନ୍ତି । ତେଣୁ ଆଡଭାନି ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ସେ ଜାମ୍ମୁ କାଶ୍ମୀର ଓ ଲଦାଖରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।