ମାଲକାନଗିରି : ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ତରଫରୁ ମହାସମାରୋହରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଉକ୍ତ ସମାରୋହରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଆଶୀଷ ଈଶ୍ୱର ପାଟିଲ ମହୋଦୟ, ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ ମହୋଦୟ, ଅତିରିକ୍ତ ଏସପି ମହୋଦୟ,ଏସଡିପିଓ ଶଚିନ ପାଟିଲ ମହୋଦୟ, ତହସିଲଦାର ଟିକୁନା ପୁଟା ମହୋଦୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ମହୋଦୟା ଯୋଗ ଦେଇ ଗଣମାଧ୍ୟମର ପରିବର୍ତ୍ତନଶୀଳ ରୂପ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଏମୟୁଜେର ସଭାପତି ଶ୍ରୀ ଦେବପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ସଭାପତି ଶ୍ରୀ ସତ୍ୟ ନାରାୟଣ ପଣ୍ଡା, ସମ୍ପାଦକ ପେମେନ୍ଦ୍ର ପରିଛା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା, ଗୋପି କୃଷ୍ଣ ପଟ୍ଟନାୟକ, ଜୀତେନ୍ଦ୍ର ବେଉରା, ଶିବ ପ୍ରସାଦ କୀର୍ତ୍ତନିୟା,ଅସିମ ବିଶ୍ବାସ, କାମରାଜ ଜେନାଙ୍କ ସହିତ ସଦର ମହକୂମାର ସମସ୍ତ ସାମ୍ବାଦିକ ଭାଇ ଏବଂ କାଲିମେଳା, ମାଥିଲି, ଚିତ୍ରକୋଣ୍ଡା, ପଡ଼ିଆ ଓ ଖଇରପୁଟ ବ୍ଲକରୁ ମଧ୍ୟ ବହୁ ସଂଖ୍ୟକ ଏମୟୁଜେର ସଦସ୍ୟ ସାମ୍ବାଦିକ ଭାଇମାନେ ଯୋଗ ଦେଇଥିଲେ।