ଦେବଗଡ଼ / ସୁଦାମ ବେହେରା : ସମଗ୍ର ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ପରିପେକ୍ଷିରେ ଦେବଗଡ଼ ଜ଼ିଲ୍ଲା ରିଆମାଳ ବ୍ଲକ ରିଆମାଳ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ହୋଇଥିଲା। ସଚେତନତା ଶୋଭା ଯାତ୍ରା କୁ ଜିଲ୍ଲା ରୋଡ ସେଫ୍ଟୀ କମିଟି ଦ୍ବାରା ଶୁଭାରମ୍ଭ କରିଥିଲେ। ଶୋଭା ଯାତ୍ରା ରଥ ଏବଂ ଛାତ୍ର ଛାତ୍ରୀ ମାନେ ପଞ୍ଚାୟତ ର ଗ୍ରାମ ଗୁଡିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦୂର୍ଘଟଣା ହାର କମେଇବା ଏବଂ ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର କରିବା ଉପରେ ରାଳୀ ମାଧ୍ୟମରେ ଜନସଚେତନତା କରିଥିଲେ।