ପାରଳାଖେମୁଣ୍ଡି ତା ୧୨।୦୧।୨୦୨୫ ରିଖ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, ଗଜପତି ତରଫରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟ କ୍ରମରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ | ଏହି କାର୍ଯ୍ୟ କ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର କନ୍ୟା ମାନେ ପରିବେଷଣ କରିଥିଲେ | ସମ୍ମାନୀତ ଅତିଥି ଭାବରେ ଓଏଲଏମ ସ୍ଵୟଂ ପ୍ରକଳ୍ପ (District Coordinator Cum Counsellor, Gender Intervention Programme) ର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଏହି ଦିବସ ପାଳନ ର ଲକ୍ଷ ଓ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ଏହି ଅବସରରେ ସମ୍ମାନୀତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀଏହି ଦିବସ ପାଳନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ଯୁବ ସମାଜ ଆଗକୁ ଗଲେ ଯାଇ ରାଷ୍ଟ୍ରର ଉନ୍ନତି ହୋଇପାରିବ ସେହି ବିଷୟରେ ଅବଗତ କରାଇଥିଲେ | ଏହି ଅବସରରେ ସମ୍ମାନୀତ ଅତିଥି ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ସ୍ଵାମୀ ବିବେକାନନ୍ଦ ଙ୍କର ଜନ୍ମ ଦିବସ ଅବସରରେ ଅବଗତ କରାଇବା ସହ ଯୁବ ସମାଜ ଆଗକୁ ଗଲେ ଯାଇ ସମାଜ ଆଗକୁ ଯାଇ ପାରିବ ସେହି ବିଷୟରେ ଅବଗତ କରାଇଥିଲେ | ଏହି ଅବସରରେ ସମ୍ମାନୀତ ଅତିଥି ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ଅଧିକାରୀ ଡକ୍ଟର ଗୁଣନିଧି ନାୟକ ଯୁବ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷ୍ୟା ର ଭୂମିକା ଅତି ଗୁରୁତ୍ଵପୁର୍ଣ ସେହି ବିଷୟରେ ବୁଝାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗଜପତି ଯୋଗଦେଇ “ ଉଠ , ଜାଗ୍ରତ ହୁଅ ଲକ୍ଷ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ପାଇଁ ଅବଗତ କରାଇବା ସହ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ ସେହି ବିଷୟରେ ବିଭିନ୍ନ ଗପ ମାଧ୍ୟମ ରେ ବୁଝାଇ ଥିଲେ | ଏହି ଦିବସ ପାଳନ ଅବସରରେ ଯୁବ ପିଢୀଙ୍କୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା ପରେ ଏହି କାର୍ଯକ୍ରମ ଉପଲକ୍ଷେ ସ୍ଲୋଗାନ ଦେଇ ଏହି ଦିବସର ଲକ୍ଷ କୁ ପ୍ରତିପାଦନ କରାଇ ଏକ Human Chain ମଧ୍ୟ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ M ସୃତି ଏବଂ ସମସ୍ତ କର୍ମଚାରି ଉପସ୍ଥିତ ରହି ସହଯୋଗ କରି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ISRD ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା, ମୋହିନୀ ପ୍ରଧାନ,ମଧୁସ୍ମିତା ପାଢୀ,ମୋନାଲିସା ବେହେରା, ହରିକୃଷ୍ଣ ଚୌଧୁରୀ, ଟି ସୁରେଶ କୁମାର, ନିରୂପମା ରାଉଳ,N ଉଷା,ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |