ବ୍ରାଜିଲରେ ପ୍ରାକୃତିକ ବିପର୍ଯ୍ୟୟ ,ଅନେକ ଲୋକ ବିସ୍ଥାପିତ

0

ବ୍ରାଜିଲ: ଜଳ ଘେରରେ ବ୍ରାଜିଲ । ବ୍ରାଜିଲରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି । ବାତ୍ୟା ଯୋଗୁଁ ବ୍ରାଜିଲରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ଓ ପବନ ଅନେକଙ୍କୁ ବାସହରା କରି ଦେଇଛି । ଅନେକ ଘର ଭାସିଯାଇଛି । ଏହି ବାତ୍ୟାରେ ଅନେକ ଲୋକ ବିସ୍ଥାପିତ ମଧ୍ୟ ହୋଇଛନ୍ତି । ୫୦୦୦ରୁ ଅଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏମାନଙ୍କୁ ଘର ଛାତ ଉପରୁ ଉଦ୍ଧାର କରାଯାଉଛି । ବ୍ରାଜିଲର ମୁକୁମ ସହରର ୮୫ ପ୍ରତିଶତ ଅଞ୍ଚଳ ପାଣିରେ ବୁଡିଛି । ସହରର ଅନେକ ଘରେ ପାଣି ଭରିଛି ।
ଦକ୍ଷିଣ ବ୍ରାଜିଲରେ ୨୪ ଘଣ୍ଟାରୁ କମ୍ ସମୟରେ ୩୦୦ ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏହାପରେ ବନ୍ୟା ଏବଂ ଭୂସ୍ଖଖନ ମଧ୍ୟ ହୋଇଛି । ଏବଂ ଏହି ଅଞ୍ଚଳରେ ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାରୀ ଟିମକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡଛି । ତେବେ ବ୍ରାଜିଲରେ ଏପରି ପରିସ୍ଥିତିକୁ ଲକ୍ଷ କରି ସେଠାରେ ଆପତ୍ତକାଳିନୀ ସ୍ଥିତି ଘୋଷଣା କରାଯାଇଛି।