ଚିଲିକା (ଦିବ୍ୟକାନ୍ତ ବେହେରା) : ବନବିଭାଗ ପକ୍ଷରୁ ନିରୀହ ଆଦିବାସୀଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତିବାଦରେ ବାଲୁଗାଁ ବନବିଭାଗ ଓ ଏସ୍.ଡି,ପି.ଓ. ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରେରଣା ଇଣ୍ଟରନାସନାଲ ସଂଘଠନ ଓ ସ୍ଥାନୀୟ ଜନସାଧାରଣ । ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଖୋର୍ଦ୍ଧା ବନଖଣ୍ଡ ଅଧିନ ବାଣପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରାରେ ଅବସ୍ଥିତ । କିନ୍ତୁ ଏବେ ଜଙ୍ଗଲରେ ଗଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବନବିଭାଗ ଓ କାଠ ମାଫିଆ ମାନଙ୍କ ମଧୂ ଚନ୍ଦ୍ରିକାରେ ଚାଲିଛି ଶହ ଶହ ଶାଗୁଆନକାଠର ହରିଲୁଟ । ଯାହାକୁ ନେଇ ଏବେ ପରିବେଶବିତ ଓ ସ୍ଥାନୀୟ ଜଙ୍ଗଲ କମିଟି ଚିନ୍ତା ପ୍ରକଟ କରିଛନ୍ତି ।
ଏହି ଶାଗୁଆନ ଜଙ୍ଗଲ ସୁରକ୍ଷା ଦାଇତ୍ୱ କେନ୍ଦ୍ରିୟ ସୁରକ୍ଷା ବଙ୍କ ଦାୟିତ୍ୱରେ ଥିବା ବେଳେ ଏବେ ତାହାକୁ ହଟାଇ ଦିଆଯାଇ ଜଙ୍ଗଲ ବିଭାଗ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ବନ କର୍ମଚାରୀ ଓ କାଠ ମାଫିଆଙ୍କ ମଧୂ ଚନ୍ଦ୍ରିକାରେ ପ୍ରତିଦିନ ବଡ ବଡ ଶାଗୁାଆନ ଗଛ କାଟି ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି । ଗତ ୧ତାରିଖରେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ସ୍ଥାନୀୟ ବନ ସୁରକ୍ଷା ସମିତି ଅଗୋଚରରେ ବଡ ବଡ ଶାଗୁଆନ ଗଛ କାଟି ବିକ୍ରି କରିଦେଇ ଥିଲେ ବନ କର୍ମଚାରୀ । କିନ୍ତୁ ବନକର୍ମଚାରୀ ମାନେ ଓଲଟି ଗ୍ରାମବାସୀଙ୍କ ନାମରେ ଗଛ କାଟିବା ନେଇ ପୋଲିସ ପାଖରେ ମିଥ୍ୟା ଅଭିଯୋଗ କରିଥିଲେ । ଫଳରେ ପୋଲିସ୍ ରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ୍ ୨ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବନ ବିଭାଗ କର୍ମଚାରୀ ମାନେ ପୋଲିସ୍ ଓ ବନ ବିଭାଗ ର ଏଭଳି କାର୍ୟ୍ୟକୁ ତିବ୍ର ବିରୋଧ ସହିତ ୬ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ପ୍ରେରଣା ଅନୁଷ୍ଠାନର ସଭାପତି ତଥା ପ୍ରକୃତି ପ୍ରେମୀ ଡଃ ଦିଲିପ କୁମାର ଶ୍ରୀଚନ୍ଦନ । ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗର ଏଭଳି ଆଚରଣ କୁ ଦୃଢ ନିନ୍ଦା କରିଛନ୍ତି ଧାରଣାରତ ଦାମିଆ, ବରବରା ବାସିନ୍ଦା।