(ତ୍ରିଲୋଚନ ରାଉତ) ଭୁବନେଶ୍ୱର: କାଳିଆ ଯୋଜନା ନାଆଁରେ ଓଡିଶାବାସୀଙ୍କୁ ନବୀନ ପଟ୍ଟନାୟକ ଠକିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନକୁ ଆଖି ଆଗରେ ରଖି ଏହି ଯୋଜନା କରାଯାଇଥିବା ବେଳେ ଯୋଜନାରେ ଚାଷୀଙ୍କ ତାଲିକା ଦିଆଯାଇ ନ ଥିବା ତଥା ଯୋଜନା ପାଇଁ ବଜେଟ ଉପସ୍ଥାପନ କରାଯାଇ ନ ଥିବାକୁ ନେଇ ନିର୍ବାଚନ କମିଶନ ପ୍ରଶ୍ନ କରିଥିବା ପ୍ରଧାନ ପ୍ରକାଶ କରିଛନ୍ତି ।