ଅଷ୍ଟମ ଥର ପାଇଁ ସଭାପତି ଦାୟିତ୍ୱ ନେଲେ ନବୀନ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ପୁଣି ଥରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ଅଷ୍ଟମ ଥର ପାଇଁ ସଭାପତି ଦାୟିତ୍ୱ ନେଲେ ନବୀନ। ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବୈଠକରେ ଦଳର ୮୦ ଜଣ କାର୍ୟ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସଭାପତି ଭାବେ ଦାୟିତ୍ୱ ନେବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ନିର୍ବାଚନରେ ଜିତିବା ପାଇଁ ବିଜେଡି ଲଢେଇ କରିନଥିଲା। ଲୋକଙ୍କ ଲଢେଇ ପାଇଁ ନିର୍ବାଚନ ଲଢିଥିଲା ବିଜେଡି।ଏହା ସହିତ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ। ସେ କହିଥିଲେ, “ବିଜୁ ବାବୁ କହୁଥିଲେ ଯେ ସରକାର ଗଢ଼ିବା ପାଇଁ ଅଧିକ ଚିନ୍ତା କର ନାହିଁ। ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର।”ଏକମାତ୍ର ପ୍ରାର୍ଥୀ ଭାବରେ ଏହି ପଦ ଲାଗି ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।