ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ  ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ  ଓ ନେତୃ ବୃନ୍ଦ ଙ୍କ  ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲା ର ବିକାଶ ପାଇଁ ଅନେକ କାମ ହୋଇଥିଲା।  ବିଭିନ୍ନ ପଂଚାୟତ ଓ ପୌର ପରିଷଦ ରେ ବିଜେଡି ର ସ୍ଥିତି ମଜବୂତ ରହିଛି।ତେଣୁ ପୂର୍ବ ପରି ଅଧିକ ନିଷ୍ଠା ର ସହ ଲୋକଙ୍କ ସେବା ଜାରିରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସରକାର ସମୟ ରେ ଗରିବୀ ହ୍ରାସ ପାଇଁ  ଅନେକ କାମ ହୋଇଛି। ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ଦଶ % ରେ ପହଂଚିଛି।ବିକାଶ ର ବିଭିନ୍ନ ସୂଚକଙ୍କ ରେ ଓଡିଶା ଭଲ ପ୍ରଦର୍ଶନ କରିଛି।ବିଜେଡ଼ି ସରକାର ସମୟ ର ଭଲ କାମ ବିଷୟରେ ଲୋକ ଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପି ର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଶ୍ରୀ ପଟନାୟକ କହିଥିଲେ  ଲୋକଙ୍କ ସହିତ ସମ୍ପର୍କ କୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳ ର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ମୌସୁମୀ ପରେ  ଜିଲ୍ଲା ବୁଲିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।  ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ । ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇଥିଲେ   ଅନ୍ୟମାନଙ୍କ ମଧ୍ୟରେ  ବିଧାୟକ ଶ୍ରୀ  ବ୍ରଜ ପ୍ରଧାନ ପୂଜାରୀ ,ବିଧାୟକ ଶ୍ରୀ ନଳିନୀ ପ୍ରଧାନ ପୂର୍ବତନ  ବିଧାୟକ ମହେଶ ସାହୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରମୁଖ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ, ପଂଚାୟତ ଓ ପୌର ପାଳିକା ର ପ୍ରତିନିଧି ମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।