ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ ।ଚଳିତ ନିର୍ବାଚନରେ ବିଜେଡଇର ଦୁର୍ଗ ଭାଙ୍ଗିଯାଇଛି । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ୨ଟି ଆସନରେ ଲଢିଥିବାବେଲେ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି । କଣ୍ଟାବାଞ୍ଚି ଆସନରୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ ହଜାର ରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି । ବିଧାନସଭାରେ ୫୧ଟି ସିଟ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରିନି ।