ଟ୍ୱିଟକରି ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଲେ । ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ । ଏହା ପରେ ଇସ୍ତଫା ଦେଇଛନ୍ତି ନବୀନ । ରାଜଭପନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଏବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସାଢେ ଚାରି କୋଟି ଓଡିଆଙ୍କୁ ଟ୍ୱିଟ କରି କୃତଜ୍ଞତା ଜଣାଇଛନ୍ତି । ସେବାର ସୁଯୋଗ ଦେଇଥିବାରୁ ହୃଦୟରୁ କୋଟି ଓଡିଆଙ୍କୁ ଜଣାଇଛନ୍ତି କୃତଜ୍ଞତା ।