ଆକାଶ ମାର୍ଗରୁ ବାତ୍ୟା ଅଚଂଳ ବୁଲି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

0

(ଅନୁସ୍ୱୟା)ଭୁବନେଶ୍ୱର: ବାତ୍ୟା ବୁଲ ବୁଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୋମବାର ଅପରାହ୍ନରେ ବାତ୍ୟା ଅଂଚଳ ଆକାଶମାର୍ଗରେ ବୁଲି ଅନୁଧ୍ୟାନ କରିବା ପରେ ଲୋକସେବା ଭବନରେ ସନ୍ଧ୍ୟାରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ୟ୍ୟ ସଂପର୍କରେ ସମୀକ୍ଷା କରିବେ।
ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି।ବର୍ଷା ସହିତ ପବନ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ବ୍ୟାପକ ପରିମାଣରେ ଖରିଫ ଫସଲ ନଷ୍ଟ ହୋଇଛି। ଧାନ ଅମଳ ପୂର୍ବରୁ ବର୍ଷା ଓ ପବନରେ କ୍ଷତି ହୋଇଛି। ପବନ ଯୋଗୁଁ ପ୍ରାୟ ୫ ହଜାର ଘର ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି।