ପୋଲାଭରମକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

0

(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଏବେ କୋର୍ଟରେ ଥିବାରୁ କୋର୍ଟଙ୍କ ରାୟ ଆସିବା ଯାଏଁ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ବିଜେଡ଼ି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି କି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରଥମ ଥର ନୁହେଁ ।ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ବାରମ୍ବାର ସରକାର ଚିଠି ଲେଖିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କଣ ପାଇଁ ଏହାକୁ ବନ୍ଦ କରୁନାହାନ୍ତି । ଉଭୟ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ନ ହେବା ଯାଏଁ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବାକୁ ସେ କହିଛନ୍ତି ।