ଆତ୍ମସମର୍ପଣ ପାଇଁ ସ୍ୱାସ୍ଥ୍ୟଗତ ବାହାନା ମାରିଲେ ସିଦ୍ଧୁ !

ପାର୍କିଂ ମାମଲାରେ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ।

0

(ପଞ୍ଜାବ) :  ପାର୍କିଂ ମାମଲାରେ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ଶୁକ୍ରବାର ତାଙ୍କୁ ପଟିୟାଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା, କିନ୍ତୁ ଏଥିପାଇଁ ସେ ଆଉ କିଛି ଦିନର ସମୟ ମାଗିଛନ୍ତି।

ସିଦ୍ଧୁଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟଙ୍କ ନିକଟରେ କ୍ୟୁରେଟିଭ ପିଟିସନ୍ ଦେଇଛନ୍ତି। ସେ ଆଉ ଏକ ସସ୍ତାହର ସମୟ ମାଗିଛନ୍ତି।

ସୂଚନାନୁଯାୟୀ ,  ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ଥିବା ମଝି ରାସ୍ତାରେ କାର ପାର୍କି କରିଥିଲେ। ଗୁରୁସିଂହ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କୁ ସେଠାରୁ କାର ହଟାଇବାକୁ କହିଥିଲେ। ଏହି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ନିଜର ଆଣ୍ଠୁରେ ଆକ୍ରମଣ କରିଥିଲେ। ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ରିପୋର୍ଟ ଆସିଥିଲା ଗୁରୁସିଂଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସିଦ୍ଧୁ ଓ ତାଙ୍କର ବନ୍ଧୁ ରୂପିନ୍ଦରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା।