ୟେସ ବ୍ୟାଙ୍କର ନୂଆ ଏମଡି ଓ ସିଇଓ ନବନୀତ ସିଂହ

0

(ରିପୋର୍ଟସ ଟୁଡ଼େ/ଦିଲ୍ଲୀ): ୟେସ ବ୍ୟାଙ୍କର ନୂଆ ଏମଡି ଓ ସିଇଓ ଭାବେ ନବନୀତ ସିଂହ ଗିଲ୍ ନିଯୁକ୍ତି ପାଇଛନ୍ତି। ଆର୍ବିଆଇ ପକ୍ଷରୁ ଏଭଳି ନିଯୁକ୍ତିକୁ ସ୍ୱୀକୃତି ଦିଆଯାଇବା ସହ ଶ୍ରୀ ଗିଲ ମାର୍ଚ୍ଚ ୧ରେ ୟେସ୍ ବ୍ୟାଙ୍କ ଦାୟିତ୍ୱ ନେବେ। ଏବେ ୟେସ ବ୍ୟାଙ୍କର ଏମଡି ଓ ସିଇଓ ଭାବେ ରାନା କପୁର କାର୍ୟ୍ୟ କରୁଛନ୍ତି।
ୟେସ ବ୍ୟାଙ୍କର ନେଟ୍ ଲାଭାଂଶ ଦିନକୁ ଦିନ ହ୍ରାସ ପାଉଛି। ଏପରି କି ତୃତୀୟ କ୍ୱାର୍ଟରରେ ବ୍ୟାଙ୍କରେ ନେଟ୍ ଲାଭାଂଶ ୭% ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଘରୋଇ ବ୍ୟାଙ୍କ ନିଜର ଏମଡି ଓ ସିଇଓ ପଦବୀ ପାଇଁ ନବନୀତ ସିଂହ ଗିଲ୍ ନିଯୁକ୍ତି ଦେଇଥିବା କୁହାଯାଉଛି।
ଡିସେମ୍ବର ୩୧ରେ ବ୍ୟାଙ୍କର ନେଟ୍ ଲଭାଂଶ ୧୦୦୭ କୋଟି ଟଙ୍କା ଥିଲା। କିନ୍ତୁ ଏବେ ଏହା ୧୦୦୨ କୋଟି ଟଙ୍କାକୁ ଖସି ଆସିଛି।