ନବରାତ୍ର ବ୍ରତ ଆରମ୍ଭ … ପ୍ରଥମ ଦିନରେ ପୂଜା ପାଉଛନ୍ତି ଶୈଳପୁତ୍ରୀ ଓ ବ୍ରହ୍ମଚାରୀଣୀ…

0

(ସଂଜୁକ୍ତା ବେହେରା): ଶାରଦୀୟ ନବରାତ୍ରୀ ପୂଜା ବୁଧବାର ସକାଳୁ ଆରମ୍ବ ହୋଇଯାଇଛି । ଭକ୍ତମାନେ ଦାର୍ଘ ୯ବଦିନାତ୍ମକ ଅର୍ଥାତ୍ ୯ ଦିନ ଯାଏ ମାଆ ଦୁର୍ଗାଙ୍କୁ୍ୁ ପୂଜାର୍ଚ୍ଚନା କରି ନବ ଦିନାତ୍ମକ ବ୍ରତ ଆରମ୍ଭ କରିଛନ୍ତି । ବର୍ଷକ ମଧ୍ୟରେ ୪ ଥର ନବରାତ୍ର ପାଳନ ହେଉଥିଲେ ମଧ୍ୟ ଆଶ୍ୱିନ ନବରାତ୍ରୀ ପୂଜାବିଧି ସ୍ୱତନ୍ତ୍ର.. କାରଣ ଏହାକୁ କେହି କେହି ମହା ନବରାତ୍ରୀ ମଧ୍ୟ କହିଥାନ୍ତି । ଏହି ନବରାତ୍ର ଦଶହରା ପୂର୍ବରୁ ଆସିଥାଏ । ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀ ଓ ମା’ ବ୍ରହ୍ମଚାରିଣୀ ପୂଜା ପାଉଛନ୍ତି । ନବରାତ୍ରୀରେ ଦେବୀ ପୂଜାର୍ଚ୍ଚନା ଓ ୯ ଦିନ ପାଇଁ ବ୍ରତ ରଖାଯାଇଥାଏ । ଏହି ନବଦିନାତ୍ମକ ପୂଜାରେ ମାଆ ଦୁର୍ଗା ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି । ଏହାକୁ ଶକ୍ତି ପୂଜା ମଧ୍ୟ କୁହାଯାଇଥାଏ । ଆଶ୍ୱିନ ଶାରଦୀୟ ମହା ନବରାତ୍ରୀ ଅକ୍ଟୋବର ୧୦ ରୁ ଆରମ୍ଭ ହୋଇ ୧୯ ତାରିଖ ଯାଏ ଚାଲିବ ।