ଜଳିଗଲା ୨୫ ବଖରା ସହ ୨୫ ଛେଳି

0

(ନୟାଗଡ଼) : ନୟାଗଡ ଜିଲା ଓଡଗାଁ ଥାନା ପୋଡାସାହିରେ ଭୟାଭୟ ଅଗ୍ନିକାଣ୍ଡ । ଫଳରେ ୨୫ ବଖରା ପୋଡି ଯାଇଥିବା ବେଳେ ୨୫ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

ସୂଚାନୁଯାୟୀ , ଓଡଗାଁ ପୋଡା ସାହିରେ ଆଜି ଅପରାହ୍ନରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ସଙ୍ଗେ ସଙ୍ଗେ ଗୋଟିଏ ଘରୁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ପ୍ରାୟ ୨୦ ପରିବାର ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।ଏଥିରେ୨୦ ପରିବାରର ୨୫ ବଖରା ପୋଡି ଯାଇଛି । ଘରେ ଥିବା ଧାନ , ଚାଉଳ ସହ ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।