ନୟାଗଡରେ ପବିତ୍ର ଦଣ୍ଡପର୍ବ,ଦଣ୍ଡଯାତ୍ରା ରେ ଦଣ୍ଡନୃତ୍ୟ ବି ଏକ ନିଆରା

0

ନୟାଗଡ:ନୟାଗଡ ରେ ପବିତ୍ର ଦଣ୍ଡପର୍ବ ଚାଲିଥିବା ବେଳେ ଚଳିତ ବର୍ଷ ଦଣ୍ଡ ନୃତ୍ୟ ବି ନିଆରା ଦେଖିବା ମିଳିଛି। ଦୋଳ ପୁର୍ଣ୍ଣିମା ଠାରୁ ଆରମ୍ଭ କରି ପଣା ସଂକ୍ରାନ୍ତି ପର୍ୟ୍ୟନ୍ତ ଏହି ଦଣ୍ଡପର୍ବ ଚାଲେ। ଏହି ଦିନ ଆସିଲେ ପ୍ରତ୍ୟେକ ଦଣ୍ଡୁଆ ଭକ୍ତ ମାନେ ଏକ ମାସ ଧରି ପିଆଜ ରସୁଣ ଆମିଷ ତ୍ୟାଗ କରିଥାନ୍ତି ଓ ମା ଦଣ୍ଡକାଳୀ ଙ୍କୁ ଧରି ବିଭିନ୍ନ ଗାଁ କୁ ଯାନ୍ତି। ନୟାଗଡ଼ ବ୍ଳକ୍ ସଠିଆପଲ୍ଲି ଗ୍ରାମରେ ଦେଖିବାକୁ ମିଳିଛି ନିଆରା ଦଣ୍ଡଯାତ୍ରା। ଏଠି ଗାଁ ର ପ୍ରତ୍ୟେକ ଘରେ ପିଆଜ, ରସୁଣ, ଆମିଷ ବର୍ଜନ କରିଛନ୍ତି ପୁରା ଏକ ମାସ। ଦଣ୍ଡୁଆ ଭକ୍ତ ମାନେ କେବଳ ଗୋଟିଏ ଥର ପଣା ସାରନ୍ତି। କିନ୍ତୁ ଏଠି ଆମେ କହୁନୁ କେବଳ ଦଣ୍ଡୁଆ ଭକ୍ତଙ୍କ କଥା। ଦଣ୍ଡଯାତ୍ରା ରେ ଦଣ୍ଡନୃତ୍ୟ ବି ଏକ ନିଆରା। ସଠିଆପଲ୍ଲି ଗାଁ ର ଦଣ୍ଡନୃତ୍ୟ ରେ ଶିବ-ପାର୍ବତୀ ଆଭିନୟ କରୁଛନ୍ତି ଦୁଇ କୁନି ଶିଶୁ। ସଠିଆପଲ୍ଲି ଗ୍ରାମର କାହ୍ନୁଚରଣ ସ୍ବାଇଁ ଙ୍କ ପୁଅ ଗୁରୁପ୍ରସାଦ ସ୍ବାଇଁ ( ବାଦଲ ) ଯାହାଙ୍କ ବୟସ ମାତ୍ର ୭ ବର୍ଷ, ସେ ପ୍ରଥମେ ଶ୍ରେଣୀ ର ଛାତ୍ର ହୋଇଥିବା ବେଳେ ଶିବ ଭୁମିକାରେ ଅଭିନୟ କରିଥାନ୍ତି। ସେହିପରି ମୁରଲୀଧର ସ୍ବାଇଁ ଙ୍କ ଝିଅ ବର୍ଷ ସ୍ବାଇଁ ଯାହାଙ୍କ ବୟସ ବି ୭ ବର୍ଷ ସେବି ପ୍ରଥମ ଶ୍ରେଣୀର ଛାତ୍ରୀ ଅଟନ୍ତି। ସେ ପାର୍ବତୀ ଭୂମିକା ରେ ଅଭିନୟ କରନ୍ତି। ଏ ତେ କମ୍ ବୟସ ରୁ ଏତେ ସୁନ୍ଦର ନିଖୁଣ ଶିବ ଓ ପାର୍ବତୀ ଙ୍କ ଅଭିନୟ କରନ୍ତି ଯେ ଯେଉଁଠି ନୃତ୍ୟ ପରିବେଷଣ ହେଉଥିବ ବହୁ ଦୂର ଦୂରାନ୍ତରୁ ଲୋକ ଆସନ୍ତି କେବଳ ଗୁରୁ ପ୍ରସାଦ ଓ ବର୍ଷା ଙ୍କ ଶିବ-ପାର୍ବତୀ ଙ୍କ ଅଭିନୟ ଦେଖିବା ପାଇଁ। ସଠିଆପଲ୍ଲି ର ବାବା ବାଲୁଙ୍କେଶ୍ବର ମା ଦଣ୍ଡକାଳୀ ଙ୍କ ୨୧ଦିନିଆ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦଣ୍ଡନୃତ୍ୟ ବି ୨୧ଦିନ ପରିବେଷଣ ହୁଏ। ତେବେ ଏତେ କମ୍ ବୟସରୁ ପୁରା ୨୧ ଦିନ ଗୋଟିଏ ଥର ପଣା ପି ରାତି ସାରା ଅନିଦ୍ରା ରହି କରୁଛନ୍ତି ଶିବ ପାର୍ବତୀ ଙ୍କ ଅଭିନୟ। ଏହାକୁ ଯିଏ ବି ଦେଖୁ ପୁରା ଆଶ୍ଚର୍ୟ୍ୟ ହୋଇ ପଡନ୍ତି। ବାଟୋଇଟିଏ ରାସ୍ତା ରେ ଗଲାବେଳେ ଯଦି ଦେଖିଦିଏ ଏହି କୁନି ଛୁଆ ଙ୍କ ନୃତ୍ୟ ପରିବେଷଣ ଅଟକି ଯାଏ ଆଉ ନୃତ୍ୟ କୁ ପୁରା ଶେଷ ପର୍ୟ୍ୟନ୍ତ ଉପଭୋଗ କରନ୍ତି। ଗୁରୁପ୍ରସାଦ ଙ୍କ ବାପା ଜଣେ ପେଶାରେ ଭଲ ଫଟୋ ଓ ଭିଡିଓ ଗ୍ରାଫର୍ ହୋଇ ନୟାଗଡ଼ ଜିଲ୍ଲା ରେ ତାଙ୍କ ନାମ ବିକ୍ଷାତ କରିଥିବା ବେଳେ ୭ ବର୍ଷ ବୟସରୁ ପୁଅ ଗୁରୁପ୍ରସାଦ କଳା କ୍ଷେତ୍ରରେ ଖୁବ ନାମ ଅର୍ଜନ କଲେଣି। ଏଭଳି ଏହି କୁନି ଶିଶୁଙ୍କ କଳା କୁ ଦେଖି ନୟାଗଡ଼ ବୁଦ୍ଧିଜୀବୀ ମହଲରେ ଗୁରୁପ୍ରସାଦ ଓ ବର୍ଷା ଙ୍କ ପାଇଁ ଶୁଭେଚ୍ଛା ର ସୁଅ ଛୁଟି ଆସିଛି।