ଭୁବନେଶ୍ୱର: ବନ୍ଧାହେଲେ କୋଟିପତି ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା,ନୟାଗଡ଼ ଓ ଢ଼େଙ୍କାନାଳରେ ଏକକାଳିନ ଚଢ଼ାଉ ହୋଇଥିଲା । ଏଥିସହ ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା ତିନି ମହଲା କୋଠାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଋଷିନାଥଙ୍କ ୨କୋଟି ୭୦ ଲକ୍ଷର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଘରୁ ୩୫ ହଜାର ଟଙ୍କାର ପୁରୁଣା୫ଶହ ଟଙ୍କିଆ ନୋଟ ମଧ୍ୟ ଜବତ କରିଛି ଭିଜିଲାନ୍ସ ।