ବିବାହ ପରେ ବିବାଦ ଘେରରେ ନୟନତାରା, ଆଇନଗତ ନୋଟିସ ଜାରି

ହାତକୁ ଦି ହାତ ହେଲା ପରେ ଚର୍ଚ୍ଚାରେ ସାଉଥ ସୁନ୍ଦରୀ ନୟନତାରା ।

0

(ମୁମ୍ବାଇ) : ହାତକୁ ଦି ହାତ ହେଲା ପରେ ଚର୍ଚ୍ଚାରେ ସାଉଥ ସୁନ୍ଦରୀ ନୟନତାରା । ବିବାହ ପରେ ପରେ ବିବାଦ ଘେରରେ ରହିଛନ୍ତି ସାଉଥ ସୁନ୍ଦରୀ ନୟନତାରା। ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ। ପୁଲିସ ତାଙ୍କ ବିରୋଧରେ ଏହି ନୋଟିସ ଜାରି କରିଛି।

 

ବିବାହ ପରେ ନୟନତାରା ସ୍ୱାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ତେବେ ତିରୁପତି ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲିଥିଲେ। ଏହାକୁ ନେଇ ଏବେ ବିବାଦ ଉପୁଜିଛି । ନୟନତାରାଙ୍କୁ ମଡା ଷ୍ଟ୍ରିଟ୍‌ରେ ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। ଧାର୍ମିକ ଦୃଷ୍ଟିକୋଣରୁ ସେହି ସ୍ଥାନର ମହତ୍ୱ ବେଶ୍‌ ଅଧିକ ରହିଛି। ଏଥିସହ ଏହି ନବଦମ୍ପତି ନିଜ ସହ ଫଟୋଗ୍ରାଫିରଙ୍କୁ ଆଣି ଆଉ ଏକ ନିୟମ ଉଲ୍ଲଙ୍ଘନ କରିଛନ୍ତି। ତିରୁମାଲା ତିରୁପତି ଦେଶସ୍ଥାନମ୍‌ରେ ବ୍ୟକ୍ତିଗତ କ୍ୟାମେରା ପ୍ରବେଶ ଉପରେ ବାରଣ ରହିଛି।

ସୂଚନାନୁଯାୟୀ , ଜୁନ୍‌ ୯ ତାରିଖରେ ନୟନତାରା ତାଙ୍କ ଲଗ୍‌ଟାଇମ୍‌ ବୟଫ୍ରେଣ୍ଡ ବିଘ୍ନେଶଙ୍କୁ ବିବାହ କରିଥିଲେ। ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି। ସିସିଟିଭି ଫୁଟେଜ ଆଧାରରେ ସେ ସେଠାରେ ଫଟୋ ସୁଟ୍‌ ମଧ୍ୟ କରିଥିବା ଅଭିଯୋଗ ରହିଛି। ଏଥିପାଇଁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଥିବା ତିରୁମାଲା ତିରୁପତି ଦେଶସ୍ଥାନମ୍‌ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସିକ୍ୟୁରିଟି ଅଫିସର କହିଛନ୍ତି।