ଭୁବନେଶ୍ୱର; ବଢିଲା ଏନ୍ ଭାସ୍କର ରାଓଙ୍କ ଅଡୁଆ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ବିରୋଧରେ ଏନବିଡବ୍ଲୁ ବା ଜାମିନ ବିହୀନ ପରାୱାନା ଜାରି ହୋଇଥିବା ଜଣାପଡିଛି । ୧୪ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାରେ ୱାରେଣ୍ଟ ଜାରି କରିଛନ୍ତି ରାୟଗଡ଼ା ଏସଡିଜେଏମ୍ କୋର୍ଟ । ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ଦୀର୍ଘ ଦିନ ଧରି ଚାଲିଥିଲା । ଆଉ ପରେ ମାମଲାରେ ଏକ ପିଟିସନ୍ ଦାୟର କରିଥିଲେ ମୃତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି। ଏବେ ଏହି ମାମଲାରେ ରାୟଗଡ଼ା ଏସଡିଜେଏମ୍ କୋର୍ଟ ଏନ୍ ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି ।