ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏନଡିଏ

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏନଡିଏ । ଫଳରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି ଦଳ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଭାବେ ନୂତନ ସରକାରର ଶପଥ ଗ୍ରହଣ କରିବାର ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି ।
ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଏହି ବିଷୟରେ ମାନସ ମନ୍ଥନ ଚାଲିଛି ।
ତେବେ ଏନଡିଏ ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏଥିରେ ସରକାରୀ ଗଠନ ଏବଂ ଶପଥ ଗ୍ରହଣର ବାହ୍ୟରେଖା ଉପରେ ଆଲୋଚନା କରାଯିବ ।