ବ୍ୟୁରୋ : ୭ ଅଗଷ୍ଟ ୨୦୨୧ ଟ୍ଟ ଏହି ଦିନ ଥିଲା ଯେତେବେଳେ ନିରଜ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଫିଙ୍ଗି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ରାତାରାତି ଭାରତର ସବୁଠୁ ବଡ ତାରକା ଆଥଲେଟ୍ ହୋଇଥିଲେ | ଭାରତର ଆଥଲେଟିକ୍ସ ଟ୍ରାକ ଏବଂ ଫିଲ୍ଡ ଇତିହାସରେ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା | ଏହା ହେଉଛନ୍ତି ସେହି ନୀରଜ, ଯାହାଙ୍କ ସ୍ୱର୍ଣ୍ଣ ପଦକ ଭାରତରେ ଜାଭେଲିନ୍ ପାଇଁ କ୍ରେଜ୍ ଆଣିଥିଲା | ନୀରଜଙ୍କ ପରେ କିଶୋର ଜେନା, ଡିପି ମନୁଙ୍କ ପରି ଜାଭେଲିନ୍ ଥ୍ରୋୟର ମଧ୍ୟ ଆଗକୁ ଆସିଥିଲେ। କିଶୋର ଜେନା ମଧ୍ୟ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ଜିତିଥିଲେ, କିନ୍ତୁ ଫାଇନାଲ ରାଉଣ୍ଡରେ ସ୍ଥାନ ହରାଇଲେ|
ନୀରଜଙ୍କ ପୂର୍ବରୁ ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ଭାରତ ଆଥଲେଟିକ୍ସରେ ପଦକ ଜିତିବାକୁ ନିକଟତର ହୋଇଥିଲା | ୧୯୬୦ ମସିହାରେ ରୋମ୍ ଅଲିମ୍ପିକ୍ସରେ ୪୦୦ ମିଟର ଦୌଡରେ ମିଲ୍କା ସିଂ ଚତୁର୍ଥ ସ୍ଥାନରେ ରହିଥିଲେ | ତା’ପରେ ସେ ୦.୧ ସେକେଣ୍ଡର ସାମାନ୍ୟ ବ୍ୟବଧାନରେ ପଦକ ହରାଇଲେ |
ଯେତେବେଳେ କି ପିଟି ଉଷା ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଆଥଲେଟିକ୍ସରେ ପଦକ ଜିତିବାକୁ ନିକଟତର ହୋଇଥିଲେ | ସେ ୪୦୦ ମିଟର ବାଧାବିଘ୍ନ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହରାଇଲେ | ଯେତେବେଳେ ନୀରଜ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିଲେ, ସେତେବେଳେ ସେ ଭାରତକୁ ଆଶା ଦେଇଥିଲେ ଯେ ଭାରତୀୟ ଆଥଲେଟ୍ମାନଙ୍କର ମଧ୍ୟ ସାମର୍ଥ୍ୟ ରହିଛି।
ଯେତେବେଳେ ଟୋକିଓରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ, ସେତେବେଳେ ସେ ମିଲ୍କା ସିଂଙ୍କ ସ୍ୱପ୍ନକୁ ପୂରଣ କରିଥିଲେ। ଯେପର୍ୟ୍ୟନ୍ତ ମିଲ୍କା ଜୀବିତ ଥିଲେ, ତାଙ୍କର ସ୍ୱପ୍ନ ଥିଲା ଯେ ଜଣେ ଭାରତୀୟ ଆଥଲେଟିକ୍ସ (ଟ୍ରାକ ଏବଂ ଫିଲ୍ଡ) ରେ ପଦକ ଜିତିବେ| ତେବେ ନୀରଜ ପ୍ୟାରିସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କାରଣ ସେ ପ୍ରଥମ ଭାରତୀୟ ଖେଳାଳି ଯିଏକି ବ୍ୟକ୍ତିଗତ ଇଭେଣ୍ଟକୁ ପଛରେ ପକାଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ।
ଅଗଷ୍ଟ ୮, ୨୦୨୪ ଅର୍ଥାତ ଗତକାଲି, ପ୍ୟାରିସରେ ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ଭାରତର ସୁନାପୁଅ ନିରଜ ଭାରତ ପାଇଁ ରୁପା ଆଣିଛନ୍ତି |
ସେପଟେ ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପାକିସ୍ତାନର ଆର୍ଶାଦ ନାଦିମ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି । ଏହି ଇଭେଣ୍ଟର ବ୍ରୋଞ୍ଜ ପଦକ ଗ୍ରେନାଡାର ଆଣ୍ଡରସନ ପିଟର୍ସ ୮୮.୫୪ ମିଟର ଜାଭେଲିନ୍ ପକାଇ ନିଜ ନାମରେ କରିଛନ୍ତି |
ନୀରଜ ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରରେ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏଥର ପ୍ୟାରିସରେ ସେ ଟୋକିଓର ରେକର୍ଡ ଭାଙ୍ଗି ଆହୁରି ଦୁରକୁ ଜାଭେଲିନ୍ ଫୋପାଡ଼ିଥିଲେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି | ଏବେ ନୀରଜଙ୍କ ଆଗରେ ଚ୍ୟାଲେଞ୍ଜ ହେଉଛି ସେ ୯୦ ମିଟର ପ୍ରତିବନ୍ଧକ କେବେ ଅତିକ୍ରମ କରିବେ | କାରଣ ପାକିସ୍ତାନୀ ଅର୍ଶଦ ନାଦିମ ୯୨.୯୭ ମିଟର ଫିଙ୍ଗି ଏକ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରିଛନ୍ତି |