(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ନିଟ୍ ଓ ଜେଇ ପରୀକ୍ଷା ସମୟ ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ପାଖକୂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପାଖକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ସେ କହିଛନ୍ତି ଯେ କରୋନା ଯୋଗୁଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ସେମାନଙ୍କ ପାଇଁ ନିରାପଦ ହେବନି ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଲକଡାଉନ ଏବଂ ସଟଡାଉନ ଚାଲିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଯାତାୟାତ କରିବାରେ ଅସୁବିଧା ହେବ । ରାଜ୍ୟର ବିିିଭିନ୍ନ ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ପରୀକ୍ଷା ଦେବାରେ ନା ନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଏଥିସହିତ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ଅନୁରୋଧ କରିଛନ୍ତି ।