ଜୁନ ୧୫ ତାରିଖରେ ସାରା ଦେଶରେ ନୀଟ୍ ପିଜ ପରୀକ୍ଷା ଆୟୋଜନ ହୋଇପାରେ

0

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ ଏଗଜାମିନେସନ , ମେଡିକାଲ ସାଇନ୍ସେସ ତରଫରୁ ନୀଟ ପିଜି ୨୦୨୫ ପରୀକ୍ଷାର ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜୁନ ୧୫ ତାରିଖରେ ସାରା ଦେଶରେ ପରୀକ୍ଷା ଆୟୋଜନ ହୋଇପାରେ । ବୋର୍ଡ ପକ୍ଷରୁ ନୀଟ ପିଜି ପାଇଁ ଇଣ୍ଟର୍ଣ୍ଣଶିପ ପୂରା କରିବାର ତାରିଖ ମଧ୍ୟଜାରି କରାଯାଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଇଣ୍ଟର୍ଣ୍ଣଶିପ ପୂରା କରିବାକୁ ତାରିଖ ନିର୍ଦ୍ଧରିତ କରାଯାଇଛି । ନୀଟ ପିଜି ପରୀକ୍ଷାରେ ପାଖାପାଖି ୨ ଲକ୍ଷ ଏମବିବିଏସ ପାସ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି । ୫୨ ହଜାର ମେଡିକାଲ ପିଜି ସିଟ ପୂରଣ ପାଇଁ ପ୍ରତିବର୍ଷ ଏନବିଏମଏସ ତରଫରୁ ନୀଟ ପିଜି ପରୀକ୍ଷାର ଆୟୋଜନ କରାଯାଇଥାଏ । ନୀଟ ପିଜି ୨୦୨୫ ପାଇଁ ଆସନ୍ତା ଏପ୍ରିଲ ମାସ ତୃତୀୟ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ ହୋଇପାରେ ।