ନିଜ କକା ଓ ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୁତୁରା ଜଣ ନିଜ କକା ଓ ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଲହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ବୁଡୁ ବାଗଙ୍କ ଘର ।
ବୁଡୁ ଓ ତାଙ୍କର ସାନ ଭାଇ ପରିବାର ଭିତରେ କିଛି ଦିନ ହେଲା ପାରିବାରିକ ସଂପର୍କ ଭଲ ନଥିଲା । ଆଜି ଏହି କଳହ ଭୟଙ୍କର ରୂପ ନେଇଥିଲା । କୌଣସି କଥାକୁ ନେଇ ବୁଡୁ ନିଜ ପୁତୁରା ବସନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବସନ୍ତ ଉତକ୍ଷିପ୍ତ ଦେଖାଯାଇଥିଲା । ସେ ଘର ଭିତରୁ ଏକ କୁରାଢୀ ଆଣି ଅତର୍କିତ ଭାବେ ବୁଡୁ ବାଗ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ- ସ୍ତ୍ରୀଙ୍କର ମୃତଦେହ ଜବତ କରିଛି । ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।