ଗାଁକୁ ମାଗଣା ୱାଇ-ଫାଇ ଯୋଗାଇବେ କେନ୍ଦ୍ର ସରକାର

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାରା ଦେଶର ଗାଁ ଗୁଡିକୁ ମାର୍ଚ୍ଚ ୨୦୨୦ ସୁଦ୍ଧା ମାଗଣାରେ ୱାଇ-ଫାଇ ଦିଆଯିବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଭାରତନେଟ (BharatNet) ମାଧ୍ୟମରେ ସାମିଲ ହୋଇଥିବା ସାରା ଦେଶର ଗାଁ ଗୁଡିକ ଏହି ସୁବିଧା ପାଇବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମେ ୧.୩ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତନେଟ ଅପଟିକାଲ ଫାଇବର ସହ ଯୋଡି ସାରିଛୁ । ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ଏହାସହ ଯୋଡିବାର ଆମେ ଲକ୍ଷ୍ୟ ରଖିଛୁ । ବର୍ତ୍ତମାନ ଭାରତନେଟ ପିରଯୋଜନା ଅଧିନରେ ୪୮,୦୦୦ ଗାଁକୁ ମାଗଣା ୱାଇ-ଫାଇର ସୁବିଧା ମିଳୁଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାଧାରଣ ସେବା କେନ୍ଦ୍ର ଗୁଡିକରେ ବ୍ୟାଙ୍କି ସେବାର ଆରମ୍ଭ କରାଯିବ । ଏହି କେନ୍ଦ୍ର ଗୁଡିକର ସଂଖ୍ୟା ୨୦୧୪ ମସିହାରେ ୬୦ ହଜାର ରହିଥିଲା ଯାହା ଏବେ ବୃଦ୍ଧି ହୋଇ ୩.୬୦ ଲକ୍ଷରେ ପହଞ୍ଚିଛି । ସିଏସସି ଇ-ଗଭର୍ଣ୍ଣେସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଦେଶର ଗ୍ରାମାଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଡିଜିଟାଲ୍ ଗ୍ରାମ ସେବା ଆରମ୍ଭ କରିବାର କାମ କରୁଛି । ପ୍ରାୟ ଏକ ଲକ୍ଷ ଗାଁକୁ ଡିଜିଟାଲ ଗାଁରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି ।