ଭାରତୀୟ ସେନା ଏଣିକି ଆହୁରୀ ଶକ୍ତିଶାଳୀ ହେବ । ଖୁବଶୀଘ୍ର ସେନାକୁ ନୂଆ ଏୟାର ଡିଫେନ୍ସ ସିଷ୍ଟମ ମିଳିବାକୁ ଯାଉଛି । ଏହି ନୂତନ ବାୟୁ ରକ୍ଷା କବଚ ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ । ନୂଆ ରକ୍ଷା କବଚ ହେଉଛି – କ୍ବିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । QRSAM ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି । ଏହା ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସଫଳତାର ସହ ପରୀକ୍ଷଣ ହୋଇସାରିଛି । ୩୦ହଜାର କୋଟିରେ ଡିଆରଡିଓ ଠାରୁ QRSAM କିଣିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷର କରିବ । ଗତିଶୀଳ ଟାର୍ଗେଟକୁ ଖୋଜି ଧ୍ବଂସ କରିବାରେ ସକ୍ଷମ । ୩୦ କି.ମି. ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ମିଡିୟମ ରେଞ୍ଜ୍ ଭୂପୃଷ୍ଠରୁ ଆକାଶ ମାର୍ଗ କ୍ଷେପଣାସ୍ତ୍ର । ୧୨୦ କି.ମି ପର୍ୟ୍ୟନ୍ତ ସର୍ଭିଲାନ୍ସ ରାଡାର ନଜର ରଖିପାରିବ । ଟୁ ୱେ ଡାଟା ଲିଙ୍କ୍ କମ୍ୟୁନିକେସନ ଜରିଆରେ ରାଡାର ଓ ମିସାଇଲ ମଧ୍ୟରେ ଯୋଗଯୋଗରେ ସକ୍ଷମ । ଏସ୍-୪୦୦ ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ଏସ୍-୪୦୦ ସୁରକ୍ଷା ଦେଇଛି । କେବଳ ଏସ୍-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ବାୟୁ ରକ୍ଷା କବଚ ପଣ୍ଡ କରିଛି ।