ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ବଜାରରେ ଖୋଲିଲା ଏଟିଏମ

0

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ବଜାରରେ ନୁତନ ଏଟିଏମ କାଉଣ୍ଟର ଖୋଲିଛି । ଏହାଦ୍ୱାରା ସେହି ଅଞ୍ଚଳର ଅଧିକାଂଶ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହାର କାରଣ ହେଉଛି ଏହି ଅଞ୍ଚଳର ଲୋକମାନେ ପ୍ରାୟତଃ ୧୫ କିଲୋମିଟର ସାକ୍ଷୀଗୋପାଳ, ନିମାପଡ଼ା କିମ୍ବା ବଳଙ୍ଗା ଗଲାପରେ ହିଁ ଏଟିଏମ୍ ସେବା ପାଇ ପାରୁଥିଲେ । ଏହା ଛଡା ଦିନେ ଦିନେ ଏତେ ବାଟ ଯିବା ପରେ ଏଟିଏମରେ ଟଙ୍କା ନ ଥିବାରୁ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ମଧ୍ୟ ପଡୁଥିଲା । ଏହାକୁ ଲକ୍ଷ୍ୟ କରି ଗବକୁଣ୍ଡ ବଜାରରେ ଥିବା ସେବା ସମବାୟ ସମିତି କାର୍ୟ୍ୟାଳୟ ପରିସରରେ ଥିବା ଏକ ଗୃହରେ ସରକାରୀ ସ୍ୱୀକୃତି ପ୍ରାପ୍ତ ହିତାଚି କମ୍ପାନୀ ତରଫରୁ ଏକ ଏଟିଏମ କାଉଣ୍ଟର ଖୋଲାଯାଇଛି । ଏହି କାଉଣ୍ଟରକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରା, ସାମାଜିକ କର୍ମୀ ଶଙ୍କର ପ୍ରଧାନଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏଟିଏମଟି ସକାଳ ୭ଟା ରୁ ରାତି ୭ଟା ପର୍ୟ୍ୟନ୍ତ ଖୋଲା ରହିବ ବୋଲି ସୁଚନାରୂ ଜଣାପଡିଛି ।