ପୁରୀ / ଜୟନ୍ତ କୁମାର ସେଥି : ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ପକ୍ଷରୁ ପିପିଲି ଠାରେ ଏକ ନୂତନ ଶାଖା ଏବଂ ଏମ୍ଏସ୍ଏମ୍ଇ ଆଉଟରିଚ କାର୍ଯ୍ୟକ୍ରମକୁ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର ଉଦ୍ଘାଟନ କରିଛନ୍ତି । ଏହି ଶାଖାଟି ରାଜ୍ୟର ୨୬୮ତମ ଶାଖା ଅଟେ । ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ମୁଖ୍ୟ ଶ୍ରୀ ଚନ୍ଦର କାନାରା ବ୍ୟାଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ବ୍ୟାଙ୍କିଙ୍ଗ୍ ଉତ୍ପାଦ ଯଥା BHIM APP, OR CODE, POS MACHINES ଇତ୍ୟାଦି, ବିଭିନ୍ନ ଦେଶନେଣ କାରବାରରେ ଆଗୁଆ ରହିଥିବା କଥା ଦର୍ଶାଇଥିଲେ। ଏହି ଅବସରରେ କାନାରା ବ୍ୟାଙ୍କର କ୍ଷେତ୍ରୀୟ ମୂଖ୍ୟ ମହାମାୟା ପ୍ରସାଦ ରାଏ ଯୋଗଦେଇ ରାଜ୍ୟର ଅର୍ଥନୈତିକ ଅଗ୍ରଗତିରେ କାନାରା ବ୍ୟାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିୟବା କଥା ଦର୍ଶାଇଥିଲେ । ଏହି ଅବସରରେ ଡିଭିଜନାଲ ମ୍ୟାନେଜର ଦୀପକ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟକ ମହାପ୍ରବନ୍ଧକ ରୀତା ଦାସ, ଡିଭିଜନାଲ ମ୍ୟାନେଜର ବେଦବ୍ୟାସ ପ୍ରଧାନ ଏବଂ ଶାଖା ମୂଖ୍ୟ ରତିକାନ୍ତ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ।