(ଜୟନ୍ତ କୁମାର ସେଠୀ) : ପୁୂରୀ ଜିଲ୍ଲା ନିମାପଡ଼ାଠାରେ ନୂତନ ବସଷ୍ଟାଣ୍ଡ ଉଦ୍ଘାଟିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଡ଼ଃ ନୃସିଂହ ସାହୁ ଉପସ୍ଥିତ ରହି ଉଦ୍୍୍୍ଘାଟନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଲୋକ ନାହିଁ ନ ଥିବା ହଇରାଣ ହେଉଥିଲେ । ଫଳରେ ନିମାପଡ଼ା ପୌରାଅଞ୍ଚଳ ବାସି ସ୍ଥାୟୀ ବସଷ୍ଟାଣ୍ଡ ପାଇଁ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିଲେ । ଏଥିପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିମାପଡ଼ା ପୌରପରିଷଦକୁ ୨.୫୦ କୋଟି ଟଙ୍କାର ଆଥିିକ ଅନୁଦାନ ଯୋଗଇ ଦିଆଯାଇଥିଲା । ଆଜିର ଏହି ଉଦ୍୍ଘାଟନୀ ଉତ୍ସବରେ ବିଧାୟକ ସମୀର ରଞ୍ଜନ ଦାସ, ପୁରୀ ଜିଲ୍ଲା ସତ୍ୟଜିତ ଦାସ, ନାଗର ଉନ୍ନକ୍ଷନ ପ୍ରମୁଖ ଶାସନ ସଚିବ କଲ୍ୟାଣ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପୌରାଅଞ୍ଚଳକୁ ସଂପୁର୍ଣ୍ଣ ବାହ୍ୟମଳମୃତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ପୌରାଞ୍ଚଳ ବାହାରେ ମଳତ୍ୟାଗ ନକରିବା ନିମନ୍ତେ ଅତିଥିଙ୍କ ଉପସ୍ଥିତରେ ଜନସାଧାରଣମାନେ ଶପଥ ନେଇଥିଲେ । ଏହା ଦ୍ୱାରା ନିମାପଡ଼ା ପୌରାଞ୍ଚଳ ରାଜ୍ୟର ୧୩ତମ ପୌରାଞ୍ଚଳ ଭାବେ ବାହ୍ୟମଳମୁତ୍ର ଅଞ୍ଚଳ ହୋଇପାରିଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।