କନ୍ଧମାଳ: ଏଣିକି ଡ୍ରୋନ ଦ୍ୱାରା ହେବ ସ୍ୱାସ୍ଥ୍ୟ ସେବା । ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ କନ୍ଧମାଳରେ ପ୍ରଥମ ଥର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମଟି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ସହିତ ଖୁବ କମ ସମୟରେ ବିଭିନ୍ନ ଜାଗା କୁ ଔଷଧ ପହଞ୍ଚାଇବାରେ ଏହି ଡ୍ରୋନ ନିୟୋଜିତ ହେବ ।
ଏଥିସହ ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ବୋଲି କୁହାଯାଉଛି । ଦେଶର ଉତ୍ତର ପୂର୍ବାଞ୍ଚଳକୁ ବାଦ ଦେଲେ ଏହା ଦେଶରେ ପ୍ରଥମ ବୋଲି କୁହାଯାଏ । ଏହା ସମ୍ପୂର୍ଣ୍ଣ ସ୍ୱଂୟଚାଳୀତ ଏବଂ ବାତାନୁକୂଳ ହୋଇଥିବା ବେଳେ ଏହା ସମୂଦ୍ର ପତନ ଠାରୁ ୧ହଜାର ଫୁଟ ଉଚ୍ଚରେ ଉଡିବା ସହ ପ୍ରାୟ ଘଣ୍ଟାକୁ ଶହେ କିମି ବେଗରେ ଗତି କରିବାର ସକ୍ଷମ ରଖିଥିବା କହିଛନ୍ତି କନ୍ଧମାଳ ସିଡିଏମଓ ।