ପୁରୀ: ଓଡିଶାରେ ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ । ଶପଥ ଉତ୍ସବ ପୂର୍ବରୁ ଶ୍ରୀକ୍ଷେତ୍ର ଯାଇ ରତ୍ନସିଂହାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଶେଷ କାମନା କରିଛନ୍ତି । ଏହି ସମୟରେ ପୁରୀ ଏସ୍ପି , ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ୟ୍ୟଭାର ସମ୍ଭାଳିବେ। ଖୁବଶୀଘ୍ର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ହରିଶ ଟଣ୍ଡନ।