ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ବିଶ୍ୱ କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ଗତ ୩ ତାରିଖ ରୁ ଆସନ୍ତା ୧୨ ତାରିଖ ଦଶହରା ଯାଏ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଟିତ ହେଉଅଛି l ପ୍ରତ୍ୟହ ଭୋର ରୁ ମା ଙ୍କ ଦ୍ଵାର ଫିଟା ଓ ମଙ୍ଗଳ ଆଳତୀ ରୁ ଆରମ୍ଭ ହୋଇ ୮ ଘଣ୍ଟା ରୁ ସୁର୍ଯ୍ୟ ପୂଜା ଓ ଷୋଡ଼ଶ ପୂଜା ପରେ ଚଣ୍ଡୀ ସ୍ତୋତ୍ର ପଠନ କରାଯାଉଛି l ପୁରୀ ଶ୍ରୀ କ୍ଷେତ୍ର ରୁ ଆସିଥିବା ସହକାରୀ ପ୍ରଫେସର ଶ୍ରୀମାନ ଶିବ ପ୍ରାସାଦ ନନ୍ଦ ଓ କିଶୋର ମିଶ୍ର ଙ୍କ ନେତୃତ୍ବ ରେ ତିନି ଜଣ ଶିଷ୍ୟ ଙ୍କ ଦ୍ଵାରା ସାମୂହିକ ଚଣ୍ଡୀ ସ୍ତୋତ୍ର ପଠନ କରାଯାଉଛି l ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ଘୃତ ଯଜ୍ଞ ଓ ସନ୍ଧ୍ୟା ୭ ଟା ରେ ମହା ଆଳତୀ ପରେ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇଛି l କୋଶଳ ହାଇସ୍କୁଲ, ସ୍ବଚ୍ଛ ଭାରତ ସଙ୍ଗଠନ, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଖାର ବେଳ ନଗର ଭୁବନେଶ୍ଵର, ପୋଲିସ କନେଷ୍ଟବଳ ସଂଘ, ସି ଆର୍ ସି ସି ସଂଘ, ଜିଲ୍ଲା ଡ୍ରଗିଷ୍ଟ କେମିଷ୍ଟ ଏସୋ ସିଏସନ୍, କୃଷକ ସଂଗଠନ, ପତଞ୍ଜଳୀ ଯୋଗ ସମିତି ଫରେଷ୍ଟ ପାର୍କ ପ୍ରମୁଖ ଅନୁଷ୍ଠାନ ଓ ଯଜ୍ଞ ର କର୍ତ୍ତା ଅର୍ଜୁନ ରଥ, ପୀତାମ୍ବର ସାମନ୍ତରାୟ, ସତ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟା ରେ କ୍ଷୀରି, ପିଠା, ମିଠା, କାନିକା ଭୋଗ ମା ଙ୍କ ଠାରେ ଅର୍ପଣ ପରେ ଯଜ୍ଞ ମଣ୍ଡପ ଆଗରେ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯାଉଛି ।