ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର):ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଦିଲ୍ଲୀ ଯାଇଥିବାବେଳେ ଓଡ଼ିଶା ଭବନରେ ସେ ରାତ୍ରିଯାପନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପସ୍ଥାପନ କରିବେ। ଆଜି ଓଡ଼ିଶା ଭବନଠାରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟରେ ରାଜ୍ୟର ଯେଉଁସବୁ କାର୍ୟ୍ୟ ପଡି ରହିଛି ସେନେଇ ଆଲୋଚନା କରିବେ। ୨୦୧୯ ସାଧାରଣ ନିର୍ବାଚନକୁ ଖୁବ୍ ସମୟ ରହିଛି। ତେଣୁ ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ୟ୍ୟକୁ ଶେଷ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହାସହ ଚଳିତ ଆର୍ଥିକବର୍ଷ ପାଇଁ କେନ୍ଦ୍ର ବକେୟା ରଖିଥିବା ଅର୍ଥକୁ ତୁରନ୍ତ ମଞ୍ଜୁର କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଶେଷତଃ ଆଲୋଚନା କରିବେ।