ଭୁବନେଶ୍ୱର; ଦାୟିତ୍ୱ ନେଲେ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ଇସିଆଇ ଭାବେ ଦାୟିତ୍ୱ ଗ୍ରହଣ ପରେ ଜ୍ଞାନେଶ କହିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ପଦକ୍ଷେପ ହେଉଛି ମତଦାନ । ତେବେ ରାଜୀବ କୁମାରଙ୍କ ସ୍ଥାନରେ ନୂଆ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଜ୍ଞାନେଶ କୁମାର । ୧୮ ବର୍ଷରୁ ଅଧିକ ଭାରତର ସମସ୍ତ ନାଗରିକ ଭୋଟ୍ ଦେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଥିଲା । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ୨୬ ଜାନୁଆରୀ ୨୦୨୯ ପର୍ୟ୍ୟନ୍ତ ସେ ଦାୟିତ୍ବରେ ରହିବେ । ଏହି ସମୟରେ ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ରହିଛି ।