ସୁପ୍ରିମ କୋର୍ଟରେ ପହଞ୍ଚିଲା ନୂତନ କୃଷି ଆଇନ

0

ନୂଆଦିଲ୍ଲୀ: ସଂଶୋଧିତ କୃଷି ଆଇନକୁ ନେଇ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ଭାରତୀୟ ଚାଷୀ ସଂଗଠନ ପକ୍ଷରୁ ଏହି ନୂତନ ଆଇନ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାୟର କରାଯାଇଛି। ୩ଟି ଯାକ ଆଇନକୁ ପିଟିଶନରେ ବିରୋଧ କରାଯାଇଛି ।
ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିବା ବେଳେ କିନ୍ତୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଟ୍ବିଟ୍‌ କରି ଚାଷୀମାନଙ୍କୁ ସ୍ବତନ୍ତ୍ର ଭାବେ ଅନୁରୋଧ କରିଛନ୍ତି। ଟ୍ୱିଟରେ କୃଷି ମନ୍ତ୍ରୀଙ୍କ ଅନୁରୋଧ ସ୍ୱୀକାର କରି ଆନ୍ଦୋଳନ ବନ୍ଦ କରିବାକୁ ମୋଦି ଅନୁରୋଧ କରିଛନ୍ତି ।
କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଏହି ବିରୋଧରେ ଦେଶର ୧୦ରୁ ଊଦ୍ଧ୍ୱର୍ ଦଳ ସାମିଲ ହୋଇଛନ୍ତି। ଏହି ବିରୋଧ ୧୬ ତମ ଦିବସରେ ପହଞ୍ଚିଛି ।