ହ୍ୱାଟ୍ସଆପ୍ ର ନୂଆ ଫିଚର୍ ଯେତିକି ସୁବିଧା ସେତିକି ଦ୍ୱନ୍ଦମୟ!

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ ; ମେଟା ଆଣିଛି ନୂଆ ନୀତି । ହ୍ୱାଟ୍ସଆପରେ ବଡ ପରିବର୍ତ୍ତନ ହୋଇଛି । ଏମିତି ଏକ ଫିଚର ଯାହା ଦ୍ୱାରା ହ୍ବାଟ୍ସଆପରେ ସ୍ପାମ ମେସେଜ ହ୍ରାସ ହୋଇପାରିବ ଏଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ ସେଟ ହୋଇଯାଇଛି । ଏ ଫିଚର ଆଣ୍ଡ୍ରୋଏଡ୍ ବିଟା ବର୍ଜନ ୨.୨୫.୧୪.୧୫ରେ ଆରମ୍ଭ କରାଯାଇଛି ।

WhatsApp Chats Will Soon Work With Other Encrypted Messaging Apps | WIRED

ଏହି ଅପଡେଟ୍ ସାଧାରଣ ହ୍ବାଟ୍ସଆପ ଆକାଉଣ୍ଟଗୁଡ଼ିକ ସହିତ ବ୍ୟବସାୟିକ ଆକାଉଣ୍ଟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ପୂର୍ବ ବିଟା ଅପଡେଟ କରିବା ପରେ କିଛି ଉପଭୋକ୍ତା ଏହି ସୁବିଧା ମଧ୍ୟ ପାଇପାରନ୍ତି । ଏହା ଦ୍ୱାରା ୟୁଜର୍ସ କେବଳ ଏକ ନିର୍ଦ୍ଦିଷ୍ଟ ସୀମା ପର୍ୟ୍ୟନ୍ତ ବ୍ରଡକାଷ୍ଟ ମେସେଜ ପଠାଇପାରିବେ । ଅନାବଶ୍ୟକ ମେସେଜ ପ୍ରସାରଣକୁ ବନ୍ଦ କରିବ ।

WhatsApp design feature means some encrypted messages could be read by  third party | WhatsApp | The Guardian
ଅନେକଙ୍କ ମଧ୍ୟରେ ପ୍ରଶ୍ନ ଥିବ, ବ୍ରଡକାଷ୍ଟ ମେସେଜ କ’ଣ ?
ବ୍ରଡକାଷ୍ଟ ମେସେଜ ହେଉଛି ଏପରି ମେସେଜ ଯେଉଁଥିରେ ଆପଣ ଥରକରେ ଏକାଧିକ କଣ୍ଟେଟ୍ସ ପଠାଇପାରିବେ । କିନ୍ତୁ ଏହି ମେସେଜ ବ୍ୟକ୍ତିଗତ ଚାଟରେ ଆସେ । ରିସିଭରଙ୍କୁ ଲାଗିବ ଗୋଟିଏ ପରେ ଗୋଟିଏ ମେସେଜ ଆସିଛି । ତାଙ୍କ ବ୍ୟତୀତ ଆଉ କିଏ ଏହି ମେସେଜ ପାଇଛି ତାହା ରିସିଭର ଜାଣିପାରିବ ନାହିଁ । ମେଟା ନିୟମ ଅନୁଯାୟୀ, ଜଣେ ୟୁଜର୍ସଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଏକ ମାସିକ ସୀମା ଲାଗୁ କରାଯିବ। ପରୀକ୍ଷଣ ପର୍ୟ୍ୟାୟରେ, ୟୁଜର୍ସମାନଙ୍କୁ ପ୍ରତି ମାସରେ କେବଳ ୩୦ଟି ବ୍ରଡକାଷ୍ଟ ମେସେଜ ପଠାଇବାକୁ ଅନୁମତି ଦିଆଯାଇପାରେ। ଯଦି ଜଣେ ୟୁଜର୍ସଙ୍କୁ ଅଧିକ ମେସେଜ୍ ପଠାଇବାକୁ ପଡ଼େ, ସେହି କ୍ଷେତ୍ରରେ ହ୍ୱାଟ୍ସଆପ୍ ଷ୍ଟାଟସ୍ କିମ୍ବା ଚ୍ୟାନେଲ୍ ଭଳି ବିକଳ୍ପ ବ୍ୟବହାର କରିବାକୁ ମେଟା ପକ୍ଷରୁ ପରାମର୍ଶ ଦିଆଯାଇଛି।

WhatsApp: Changes to Popular Messenger From 11 April - Tech Advisor
ହେଲେ ବର୍ତ୍ତମାନ, ହ୍ୱାଟସଆପ ଏହି ଫିଚର ବିଷୟରେ ଆନୁଷ୍ଠାନିକ ଭାବରେ କୌଣସି ପୋଷ୍ଟ କରିନାହିଁ। କିନ୍ତୁ WABetaInfo ଅନୁଯାୟୀ, ଏହି ଫିଚର୍ ଅପଡେଟର ପରୀକ୍ଷଣ ଆରମ୍ଭ ହୋଇଯାଇଛି। ସେହିଭଳି ବିଜନେସ୍ ପ୍ରୋଫାଇଲ୍ ପାଇଁ ମଧ୍ୟ କିଛି ପରିବର୍ତ୍ତନ ହେବ। ଏପର୍ୟ୍ୟନ୍ତ, ବିଜନେସ ଆକାଉଣ୍ଟଗୁଡ଼ିକରେ ପ୍ରସାରଣ ବାର୍ତ୍ତା ପଠାଇବା ପାଇଁ କୌଣସି ସୀମା ନଥିଲା, କିନ୍ତୁ ବର୍ତ୍ତମାନ ମେଟା ବ୍ୟବସାୟ ପାଇଁ ଏକ ଦେୟ ଯୁକ୍ତ ସଂସ୍କରଣ ପ୍ରଚଳନ କରାଯାଉଛି। ଏଥିରେ ମେସେଜ୍ ସିଡ୍ୟୁଲିଂ ଏବଂ କଷ୍ଟମାଇଜ୍ଡ୍ ବ୍ରଡକାଷ୍ଟ ମେସେଜ୍ ଭଳି ଅଧିକ ଫିଚର ରହିବ। ପ୍ରାରମ୍ଭିକ ପରୀକ୍ଷଣ ପର୍ୟ୍ୟାୟରେ, ୨୫୦ଟି କଷ୍ଟମାଇଜଡ୍ ମେସେଜ୍ ମାଗଣାରେ ଦିଆଯିବ। ଏହା ପରେ, ଅଧିକ ମେସେଜ୍ ପଠାଇବା ପାଇଁ ଏକ ଚାର୍ଜ ନିଆଯିବ।