ଶିଳ୍ପାନୁଷ୍ଠାନରୁ ବାହାରି ଥିବା ପାଉଁଶ ପରିଚାଳନା ପାଇଁ ସରକାର ଆଣିବେ ନୂଆ ଗାଇଡଲାଇନ

0

ଭୁବନେଶ୍ୱର: ଶିଳ୍ପାନୁଷ୍ଠାନରୁ ବାହାରି ଥିବା ପାଉଁଶ ପରିଚାଳନା ପାଇଁ ଆସିବ ନୂଆ ମାର୍ଗଦର୍ଶକା । ନୂଆ ସରକାର ଆଣିବେ ନୂଆ ଗାଇଡ଼ଲାଇନ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଶିଳ୍ପ ସମୃଦ୍ଧ ଜିଲ୍ଲା ଗୁଡିକରେ ପରିବେଶ ସୁରକ୍ଷା ଏକ ବଡ ସମସ୍ୟା । ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ ଯାଜପୁର ଭଳି ଜିଲ୍ଲାରେ ଜଳ ବାୟୁ ପ୍ରଦୂଷଣ ବଡ ସମସ୍ୟା ହୋଇଛି । ଏହାକୁ ସମାଧାନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଯେଉଁଠି ତାପଜ ବିଦ୍ୟୁତ କେନ୍ଦ୍ର ଅଛି ଏବଂ ଯେଉଁଠି କୋଇଲା ଜଳା ଯାଇ ପାଉଁଶ ବାହାରୁଛି, ତାହା ପରିଚାଳନା ପାଇଁ ଆସିବ ନୂଆ ମାର୍ଗଦର୍ଶିକା । ଏଥିପାଇଁ ସରକାର ଚର୍ଚ୍ଚ ଆଲୋଚନା ଆରମ୍ଭ କରିଛନ୍ତି । 10 ତାରିଖ ଦିନ ଉତ୍ତରାଞ୍ଚଳ ଆରଡ଼ିସିଙ୍କ କାର୍ଯ୍ୟାଳୟରେ ବସିବ ଉଚସ୍ତରୀୟ ବୈଠକ । ଆରଡ଼ିସିଙ୍କ ସହ ଜିଲ୍ଲାପାଳ, ଏସପି, ପ୍ରଦୂଷଣ ବୋର୍ଡ ଅଧିକାରୀ ଉପସ୍ଥିତ ରହିବେ । ବେଦାନ୍ତକୁ 2023 ମସିହାରେ ପାଉଁଶ ପକାଇବାକୁ ଲଖନପୁର ଠାରେ ପୂର୍ବ ବିଜେଡ଼ି ସରକାର ଏକ ପରିତ୍ୟକ୍ତ ଖଣିରେ ଅନୁମତି ଦିଆଯାଇଥିଲା । ନୂଆ ସରକାର ଆସିବା ପରେ ଅନୁସନ୍ଧନରୁ ଜଣା ପଡିଛି, ପ୍ରଦୂଷଣ ବୋର୍ଡ ଦେଇଥିବା ଅନୁମତି ଗତକାଲି ପ୍ରତ୍ୟାହାର କରିନେଇଛି । ଆଉ ସେହି ପରିତ୍ୟକ୍ତ ଖଣିରେ ବେଦାନ୍ତ ପାଉଁଶ ପକାଇ ପାରିବ ନାହିଁ । ଏହା ସହ ନଦୀ ନାଳ ଗୁଡିକୁ ଦୂଷିତ ଜଳ ନଛାଡିବାକୁ ବି କଳ କାରଖାନା ଗୁଡିକୁ ତାଗିଦ କଲେ ମନ୍ତ୍ରୀ ।