ନୂଆଦିଲ୍ଲୀ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡାଲଇନ ଜାରି କରିଛନ୍ତି । ଜୁଲାଇ ମାସରେ କଟକଣା କଣ ରହିବ ତାକୁନେଇ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ କମ୍ ଥିବା ଜିଲ୍ଲାରେ କଟକଣା କୋହଳ କରିବାକୁ ନିର୍ଦ୍ଦେଶ । ସଂକ୍ରମଣ ଅଧିକ ଥିଲେ ଜିଲ୍ଲାରେ କଟକଣା କଡାକଡି କରାଯାଉ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି ଓ ଅଧିକ ସଂଖ୍ୟାରେ ହସ୍ପିଟାଲ ବେଡରେ ରୋଗୀ ଅଛନ୍ତି, ସେଠାରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ । ସଂକ୍ରମଣ ରୋକିବାକୁ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କଟକଣା ଲାଗିଲେ ୧୪ ଦିନ ପର୍ୟ୍ୟନ୍ତ ବଳବତ୍ତର ରଖିବାକୁ କୁହାଯାଇଛି । ଏଥିସହ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେବାକୁ କୁହାଯାଇଛି । ଏଥିସହ , ନିୟମିତ ଭାବେ କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ କଣ୍ଟେନମେଣ୍ଟ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ , ଟ୍ରାକିଂ, ଟ୍ରିଟମେଣ୍ଟ , ଟିକାକରଣ ଓ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି ।