ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖରୁ ଚାକିରିଆଙ୍କ କର୍ମକ୍ଷେତ୍ରରେ ବହୁ କିଛି ପରିବର୍ତ୍ତନ ହେବାକୁ ଯାଉଛି । ସଂସଦରେ ୨୦୨୦ରେ ୩ ୱେଜ ବିଲକୁ ମଞ୍ଜୁରୀ ମିଳିଥିଲା । ଏହା ପରେ ଏହାକୁ ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ଆର୍ଥିିକ ବର୍ଷ ଆରମ୍ଭରୁ ଲାଗୁ କରିବାକୁ ଯାଉଛନ୍ତି ସରକାର । ଏହି ନିୟମ ଅନୁଯାୟୀ:
ବେତନ ପରିବର୍ତ୍ତନ – ଏପ୍ରିଲ ୧ ତାରିଖରୁ ସରକାରୀ ଚାକିରୀର ଦରମା ମୂଳ ଦରମା ଓ ମହଙ୍ଗା ଭତ୍ତାର ୫୦ ପ୍ରତିଶତ କିମ୍ବା ଅଧିକ ହେବା ପିଏଫ ବୃଦ୍ଧି – ନୂଆ ନିୟମ ଅନୁଯାୟୀ, ଆପଣଙ୍କ ପିଏଫ ବୃଦ୍ଧି ପାଇବା ସହ ଇନ ହ୍ୟାଣ୍ଡ ଦରମା କମିଯିବ। ମୂଳ ବେତନ ମୋଟ୍ ବେତନର ୫୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ହେବ। ମୂଳ ବେତନ ବୃଦ୍ଧି ପାଇଲେ ପିଏଫ ମଧ୍ୟ ବୃଦ୍ଧି ପାଇବ। ୧୨ ଘଣ୍ଟା କାମ – ନୂଆ ନିୟମ ଲାଗୁ ହେବାପରେ କାମ କରିବା ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରାଯିବ । ତାଛଡା ୧୫ ରୁ ୩୦ ମିନିଟ କାମ କଲେ ଓଭରଟାଇମରେ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ବର୍ତ୍ତମାନ ସମୟରେ ଯଦି ଆପଣ ୩୦ ମିନିଟରୁ କମ୍ ସମୟ ପାଇଁ ଅତିରିକ୍ତ କାମ କରୁଛନ୍ତି ତାହେଲେ ତାକୁ ଓଭରଟାଇମରେ ସାମିଲ କରାଯାଇନଥାଏ। ଅଧା ଘଣ୍ଟା ବ୍ରେକ୍ – ଲଗାତାର ୫ ଘଣ୍ଟାରୁ ଅଧିକ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯିବ। ସରକାରଙ୍କ ଅନୁଯାୟୀ, କର୍ମଚାରୀଙ୍କୁ ୫ ଘଣ୍ଟା କାମ କରିବା ପରେ ଅଧା ଘଣ୍ଟା ବ୍ରେକ୍ ଦିଆଯିବ ଉଚିତ। ଅବସର ରାଶି ବୃଦ୍ଧି – ପିଏଫ୍ ରାଶି ବଢିଯିବାରୁ ଅବସର ରାଶି ମଧ୍ୟ ବୃଦ୍ଧି ପାଇବ। ଅବସର ପରେ ଲୋକଙ୍କୁ ଏହି ରାଶିରୁ ଅନେକ ଲାଭ ହେବ।